Unknown

ପ୍ରବାଦ ପୁଷ୍ପାଞ୍ଜଳୀ

ଶ୍ରୀ ନୀଳମଣି ବିଦ୍ୟାରତ୍ନ

 

 

ଉତ୍ସର୍ଗ ପତ୍ର

 

ଯେ ସ୍ୱଗ୍ରାମସ୍ତ ହରିଭକ୍ତିପ୍ରଦାୟିନୀ ଓ ଶିକ୍ଷାବିବର୍ଦ୍ଧିନୀ ସଭାର, ସାଧାରଣ ପାଠାଗାରର, ବାଳକବାଳିକାମାନଙ୍କ ଶିକ୍ଷାର୍ଥ ସ୍ଥାପିତ ବିଦ୍ୟାଳୟତ୍ରୟର ସ୍ଥାପିତ୍ୱ ଓ ଉନ୍ନତି ସାଧନ ଏବଂ ସମାଜସଂସ୍କାର ବିଷୟରେ ସର୍ବଦା ତତ୍ପର, ଯେ ‘‘ଉତ୍କଳ ସାହିତ୍ୟ’’ର ଜଣେ ପ୍ରଧାନ ପୃଷ୍ଠପୋଷକ, ଯେ ଛାତ୍ରାବସ୍ତାରୁ ମଧ୍ୟ ନିଷ୍ଠାପର ସାହିତ୍ୟସେବକ ଏବଂ ସମାଜ ଚିତ୍ରାଙ୍କନରେ ନିବିଷ୍ଟମନା, ଯେ ଉତ୍କଳର ଲୁପ୍ତପ୍ରାୟ ପ୍ରାଚୀନ କାହାଣୀଗୁଡ଼ିକ ସଂଗ୍ରହ ଓ ପ୍ରକାଶ କରିବାରେ ବ୍ରତୀ ସେହି ଅକୃତ୍ରିମ ଦେଶବତ୍ସଳ, ମଦୀୟ ପରମାତ୍ମୀୟ ବନ୍ଧୁ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ମହାଶୟଙ୍କ ନାମରେ ଗଭୀର ପୀତର ନିଦର୍ଶନ ସ୍ୱରୂପ ଏହି (ବହୁକାଳବ୍ୟାପ ଯତ୍ନ ଓ ପରିଶ୍ରମରେ ସଙ୍କୁଳିତ) ‘‘ପ୍ରବାହ ପୁଷ୍ପାଞ୍ଜଳୀ’’ ଉତ୍ସୃଷ୍ଟ ହେଲା ।

 

 

ଅଗସ୍ତ୍ୟ ପ୍ରସ୍ଥାନ

ଅରଣ୍ୟ ରୋଦନ

ଅଭାବରେ ସ୍ୱଭାବ ନଷ୍ଟ

ଅଳପ ଧନ ବିକଳ ମନ

ଅହିଂସା ପରମୋ ଧର୍ମଃ

ଅଶ୍ୱତ୍ଥାମା ହତ ଇତି ଗଜଃ

ଅତି ସର୍ବତ୍ର ବାଧ୍ୟତେ

ଅତି ଲେମ୍ବୁ ଚିପୁଡ଼ିଲେ ପିତା

ଅତି ଦର୍ପେ ହତା ଲଙ୍କା

ଅବସ୍ଥା ବୁଝି ବ୍ୟବସ୍ଥା

ଅନ୍ଧାର ଘର ମାଣିକ

ଅଳସୁଆର ବାର ବାଟି ଚାଷ

ଅନ୍ୟେ ପରେ କା କଥା

ଅର୍ଥେନ ସର୍ବେ ବଶାଃ

ଅଦା ପରଜା ଛେଚିଲେ ରସ

ଅନୁକୂଳ ଖଳହସ୍ତ

ଅକାଳ କାଣ୍ଡ କପାଳେ ବାଜେ

ଅଭାଗ୍ୟ କାଳେ ବିପରୀତ ବୁଦ୍ଧି

ଅଣ୍ଟି ଛୁରି ତଣ୍ଟି କାଟେ

ଅତି ପରିଚୟେ ଗୌରବ ନଷ୍ଟ

ଅତି ଭକ୍ତି ଚୋରର ଲକ୍ଷଣ

ଅରଜି ପାରିଲେ ଗରଜି ଖାଇ

ଅନ୍ଧ ଲେଖାରେ ଚନ୍ଦ୍ରସୂର୍ଯ୍ୟ ନାହାନ୍ତି

ଅର୍ଜକସ୍ୟ ଦ୍ୱୟୋ ଭାଗଃ

ଅପରଂ କିଂ ଭବିଷ୍ୟତି

ଅଳସୁଆ କପାଳକୁ ଗଙ୍ଗା ବିଜେ

ସବୁ ପାଣି ବୋହିଲେ ତିନି ଜଣ ଲୋଡ଼ା

ଖୋଜି ନ ପାରେ ମୁଣ୍ଡ, ଭଲ ଲୋଡୁଥାଏ ତୁଣ୍ଡ

ଅଦା ବେପାରୀର ଜାହାଜ ଖବର ବୁଝିବା

ଅପାଳକ ରାଜ୍ୟରେ ବିଜୁଳୀ ଲକ୍ଷେ ଟଙ୍କା

ଅସଙ୍ଗରେ ସଙ୍ଗ ହେଲେ କାଠ ଘଣ୍ଟ ଲମ୍ବିତ

ଅନ୍ଧସ୍କନ୍ଧେ ଗତିର୍ଯସ୍ୟ ବିଘ୍ନ ସ୍ତସ୍ୟ ପଦେ ପଦେ

ଅଜାତିକି ବଣିଜ ଅଡ଼ୁଆ

ଅବ୍ୟବସ୍ଥିତ ଚିତ୍ତସ୍ୟ ପ୍ରସାଦୋଽପି ଭୟଙ୍କରଃ

ଅଙ୍ଗାରଃ ଶରଧୌତେନ ମଳିନତ୍ୱଂ ନ ମୁଞ୍ଚତି

 

 

ଆତ୍ମବୁଦ୍ଧି ଶୁଭକରୀ

ଆକାଶ କୁସୁମ

ଆତ୍ମବତ୍ ମନ୍ୟତେ ଜଗତ୍

ଆତୁରେ ନିୟମୋ ନାସ୍ତି

ଆଗେ ଦୁଃଖ ପଛେ ସୁଖ

ଆଗେ ଗଲେ ବାଘ ଖାଏ, ପଛେ ଗଲେ ସୁନା ପାଏ

ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତ

ଆପ୍‌ ଭଲା ତୋ ଜଗତ୍ ଭଲା

ଆପ୍ ରୁଚି ଖାନା ପର ରୁଚି ପହର୍‌ନା

ଆପଣା ଗାଁରେ କୁକୁର ରଜା

ଆପଣାର ନାକ କାଟି ପରର ଯାତ୍ରା ଭଙ୍ଗ

ଆତ୍ମବୁଦ୍ଧି ହିତକରୀ

ଆତ୍ମାର୍ଥେ ପୃଥିବୀଂ ତ୍ୟଜେତ୍‌

ଆଶା ବୈତରଣୀ ନଦୀ

ଆପଣା ବୁଦ୍ଧିରେ ଯୋଗୀ ହେବ ପଛକେ ପର ବୁଦ୍ଧିରେ ରଜା ହେବ ନାହିଁ

ଆଗେ ତେନ୍ତୁଳୀ ପଛେ ଢାଳ, ଘର ଗୋସେଇଁର ପୁରେ କାଳ

ଆଖି ନ ଫିଟୁଣ ମହାଭାରତ

ଆଖି ବୁଜିଲେ ଦିନ ଦିପହର

ଆଘ୍ରାଣଂ ଚାର୍ଦ୍ଧଭୋଜନଂ

ଆଟିକା ଚୁହାଁର ମାଇପ ମରେ

ଆଗେ ଉଦର ପଛେ ସୋଦର

ଆରେ ରେ, ଯେତେବେଳେ ଯେ

ଆପଣା ମନରାଜି, କିସ କରିବ କାଜୀ

ଆପେ ବଣିଜ, ପୁତେ ଚାପ

ଆତଙ୍କ କାଳରେ ଯାଚନ୍ତି କୁକୁଡ଼ା, କାମ ସରିଲେ ଦିଅନ୍ତି ଲେଫଡ଼ା

ଆରେ ସଖି, ଆପଣା ମହତ ଆପେ ରଖି

ଆତ୍ମ କୁଶଳେ ସର୍ବ ସିଦ୍ଧି

ଆଖି ବଡ଼, ପେଟ ସାନ

ଆପ କାର୍ଯ୍ୟଂ ତାତପର୍ଯ୍ୟଂ ପର କାର୍ଯ୍ୟଂ ଖବା ଡବା

ଆପୁଆ ଚୋର, ଗଞ୍ଜେୟା ଭୋଳ, ଧୂଆଁପତ୍ରିଆ ଘରେ ନିତି ଗୋଳ

 

 

ଇ ତୋ ଭ୍ରଷ୍ଟ ସ୍ତତୋ ନଷ୍ଟଃ

 

 

ଈଶ୍ୱରେଚ୍ଛା ନିରଙ୍କୁଶା

 

 

ଉଧାର ମାଣକ ପାଞ୍ଚ ଥା ସୁଝ

ଉଡ଼ନ୍ତା ଖଇ ଗୋବିନ୍ଦାୟ ସ୍ୱାହା

ଉଞ୍ଚେଇଥିବ ମାରିବ ନାହିଁ

ଉଆଁସ ଜହ୍ନ

ଉଠି ନ ପାରେ ମାରେଗା

ଉଠିଲା କାଛଇ ମୁଣ୍ଡରେ ବାଡ଼ି

 

 

ଏକା ମାଘକେ ଶୀତ ଯାଏ ନାହିଁ

ଏଣ୍ଡୁଅ ଧାଉତି ଶିଝୁବାଡ଼ଯାଏ

ଏ ବର୍ଷର ମଳୁ ଆର ବର୍ଷକୁ ବଇଦ

ଏ ବରଷ ମାଗଣ ଆଣ ବରଷକୁ କର

ଏକା ବିଦ୍ୟା ସୁରକ୍ଷିତା

ଏକା ହାତକେ ତାଳି ବାଜେ ନାହିଁ

 

 

ଓଳିଆରୁ ଗଜା

ଓଧ ସଙ୍ଗରେ ବଣଭୁଆ ବାଇ

 

କ ଅକ୍ଷର ଗୋମାଂସ

କା କସ୍ୟ ପରିବେଦନା

କଟା ଘାରେ ଲୁଣ ଛିଟା

କାଣି ଗାଈର ଭିନେ ଗୋଠ

କାଳନେମୀର ଲଙ୍କା ଭାଗ

କାହ୍ନୁ ଛଡ଼ା କୀର୍ତ୍ତନ ନାହିଁ

କାକ ବସାରେ କୋଇଲି

କାହୁ କାକ ପିକ ପିକ

କାଚ କାଚ ମଣି ମଣି

କୁମ୍ଭକର୍ଣ୍ଣ ନିଦ୍ରା

କୃପଣର ଦିଗୁଣ ସରେ

କର୍ତ୍ତିର୍ଯସ୍ୟ ସ ଜୀବତି

କାଳସ୍ୟ କୁଟିଳା ଗତିଃ

କାନ୍ଧରେ ପଡ଼ିଲେ ବଜେଇ ଶିଖନ୍ତି

କୋଳି ଖାଇ କୋଳିମଞ୍ଜି ପୋତିଚି

କୀଚକ ବାହୁବଜେ ବିରାଟ ରଜା

କଂସାହୀଘର ପାରା

କୋପେ ବର କି ତପେ ବର

କିଏ ସାତ କିଏ ସତର, କିଏ ନିଦା କିଏ ପଥର

କାଲ ଆଗେ ମୂଳା ଚୋବାଇବା

କଟକ ଭଣ୍ଡାରି ଦେଶକୁ ରଜା

କୋଷେ ପବତ ପୋଷେ ମିଳେ

କେଉଁ ବରାକୁ ଦି ବୋଳ ଅଳତା

କୁସୁମ ପରଶେ ପଟ ନିସ୍ତରେ

କମ୍ବଳରୁ ବାଳ ବାଛିବା

କଅଁଳ ଲୁହା ବିରାଡ଼ି କାମୁଡ଼େ

କନ୍ୟତୁଳମତିକ୍ରାନ୍ତା ନିରାଶା ପିତରୋଗତା

କଉଡ଼ି ଥିଲେ ମା ବାପ ଛାଡ଼ି ସବୁ ମିଳେ

କଉଡ଼ି ଥିଲେ ବାଘ ଦୁଧ ମିଳେ

କତରା ଘୋଡ଼ି ହେଲେ କି ଯମ ଛାଡ଼େ

କାକୁଡ଼ିଚୋରକୁ ମୁଣ୍ଡକାଟ ଶାସ୍ତି

କୀଳୋତ୍ପାଚୀବ ବାନରଃ

କଙ୍କଡ଼ାକୁ ଗୋଳିପାଣି

କବିତୁଣ୍ଡ ମେଣ୍ଢାମୁଣ୍ଡ ସମାନ

କପୂର ଗଲାଣି କନା ଅଛି

କାମ ସରିଲେ ବେଦି ମୁହଁ ପୋଡ଼ା

କାଲ ଠାର କାଲା ମା ଜାଣେ

କେରାଣ୍ଡି ଗୁନ୍ଥିଚି ଶେଉଳପାଇଁ

କୂପମଣ୍ଡୁକ

କୁଣ୍ଡା ଦେଇ ପାଠ ପଢ଼ା

କୁଣିଆକୁ କାନ୍ଥଭାଗ

କେଉଟ ଧରେ ମାଛ ଖାଏ କଙ୍କଡ଼ା

କନଶିରି ଗୋଟା ସୁଦ୍ଧା ଯାଏ, ପାନରୁ ଶିରା କଢ଼ାଯାଉଚି

କାଙ୍କ ନ ଚିହ୍ନି ଗଡ଼ିଆ ନାହିଁ

କୁଳକନ୍ୟା କାଳୀ, ତୀର୍ଥପାଣି ଗୋଳି

କୁକୁରକୁ ମୁହଁ ଦେଲେ ଉପରକୁ ଚଢ଼େ

 

 

ଖୋଳ ପରବତ ମାର ମୂଷା

ଖୁଦ ଫୁଟିଲେ ଲକେଇ

ଖୁଣ୍ଟ ବଳେ ଘୋଡ଼ା କୁଦେ

ଖାଇଲେ ଜାତି ଯାଏ ନାହିଁ, କହିଲେ ଜାତି ଯାଏ

ଖୁଜୁରୀଗଛର କି ଗୁଣ ବାହୁନିବି ମୂଳରୁ ପାହାଚ ପାହାଚ

 

 

ଗଙ୍ଗାଜଳରେ ଗଙ୍ଗାପୂଜା

ଗତସ୍ୟ ଶୋଚନା ନାସ୍ତି

ଗୁଡ଼ ଘରେ ପିମ୍ପୁଡି ପରିଛା

ଗାଁକନ୍ୟା ସିଙ୍ଘାଣୀନାକୀ

ଗାଁପରିମଳ ଧୋବାତୋଠରୁ ଜଣା

ଗୋରୁ ମାରି ଜୋତା ଦାନ

ଗୁଆ ଟାଣ ପାନ, ବୁଆ ଟାଣ ଧାନ

ଗଛମେ କଠଲ ଓଠମେ ତେଲ

ଗୋଇଠା ମାରି ବିଷ୍ଣବେ ନମଃ

ଗୋରୁ ମାରି କରଟା ଦାନ

ଗୁଡ଼ ଅନ୍ଧାରରେ ମଧ୍ୟ ସ୍ୱାଦୁ ଲାଗେ

ଗାଲୁଆର ବାରବାଟୀ ଚାଷ

ଗାଇବୁ ଗୀତା, ଖାଇବୁ ପିତା, ତେବେ ସେ ହୋଇବୁ ଜଗତଜିତା

ଗହମ ଗୋଟି ଗଣିତା, ଅଟା ଚୋରେଇବ କିଏ ?

ଗାଁବଳଦ ବିକା ଯାଏ ନାହିଁ

ଗଛର ଛାଇ ମଣିଷର ହାଇ

ଗାଁ ଯୋଗୀକି ଭିକ ନ ମିଳେ

ଗାଈ ମାଇଲେ ମଲି, ପାଈକି ମାଇଲେ ମଲି

ଗୀତ ନାଶ ଯାଏ ବାଟେ, ପାଣି ନାଶ ଯାଏ ଫାଟେ

ଗୁଣିକି ଚିହ୍ନଇ ଗୁଣିଆ, ସୁନାକୁ ଚିହ୍ନଇ ବଣିଆ

ଗୋରୁ ଲାଙ୍ଗୁଡ଼ ଧରି ପାରି ହେବା

ଗୋଦରି ଲୋ ତଳକୁ ଚାହାଁ

ଗଜଭୁକ୍ତ କପିତ୍ଥବତ୍

ଗାଡ଼ି ଉପରେ ନା, ନା ଉପରେ ଗାଡ଼ି

 

 

ଘରୁ ଖାଇ ବଣିଜ ଶିଖିବା

ଘର ଢିଙ୍କୀ କୁମ୍ଭୀର ହେଲା

ଘା ଶୁଖିଲେ କି ଚିହ୍ନ ଯାଏ ?

ଘୋଡ଼ା ଘାସ ନ ଖାଇଲେ ପୁରାଣପଣ୍ଡ ର ଦୋଷ

ଘର ନିଆଁକୁ କି ଅଣ୍ଟିରେ ରଖି ?

ଘୁଷୁରୀ କି କାହିଁ ପାଚିଲା କଦଳୀ ?

ଘର ବୁଡ଼ି ପାଣି ଆଣ୍ଠିଏ, ଅନ୍ଧ କହେ ମେଘ ଦୁଲୁକୁଚି

 

 

ଚକି ଢିଲାକୁ ଅଟା ଢିଲା

ଚଟୁ କି ଜାଣେ ତିଉଣର ସ୍ୱାଦ

ଚକୁଳି ନ ଖାଇ ବିନ୍ଧ ଗଣିବା

ଚକେ ଗଲେ ବାର ହାତ

ଚଟକସ୍ୟ ମାଂସଂ ଭାଗଶତଂ

ଚୋରକୁ ବାଘ ନେଲା

ଚମ ବାଇଦ କୋଶେ, ତୁଣ୍ଡ ବାଇଦ ସହସ୍ର କୋଶ

ଚଟୁ ଆଇଁଷ ବେଣ୍ଟ ନିରାମିଷ

ଚଚା, ଆପଣା ବଞ୍ଚା

ଚନ୍ଦନଂ ନ ବନେ ବନେ

ଚିଲିକା ମାଛକୁ ଆକାଶ କୟାଁ

ଚାପ ପଡ଼ିଲେ ବରପ ବୋଲିବ

ଚୋର ମା ଦ୍ୱାର ଦେଇ କାନ୍ଦେ

ଚଦୁଥିବ ମାରିବ କାହିଁ

ଚାଲିଲା ଶଗଡ଼ରେ ହାତ ଦେବା

ଚାକିରୀ ତାଳଗଛର ଛାଇ

ଚୋରର ମନ ଗଣ୍ଠିରିରେ

ଚୋରର ମୁହଁ ଟାଣ

ଚୋରକୁ ଧରିବ ଗଣ୍ଠିରିରେ

ଚୋରଘରେ ନିତି ଆଲୁଅ ନୁହେ

ଚିଙ୍ଗୁଡ଼ି ଚିପିଲେ ମୁଣ୍ଡରେ ଗୁହ

ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି

ଚିତ୍ତ ଜାଣେ ପାପ, ମା ଜାଣେ ବାପ

ଚୁଚୁନ୍ଦ୍ରା ମାଇଲେ ହାତ ଗନ୍ଧାଏ

ଚାଷ ତର ତର, ବଣିଜ ଧୀର

 

 

ଛଡ଼କାନ ମନ୍ତ୍ରଭେଦ

ଛ ମାସର ବଳ ଦିନକର ଜର

ଛାଡ଼ି ପିତୃକାର୍ଯ୍ୟ କର ରାଜକାର୍ଯ୍ୟ

ଛୁଇଁଲେ ଛ ଘା

ଛେଳି ନ ବେଉଣୁ ବୋଦାକୁ କାଢ଼ିଆ

ଛ ନ ତେର, ଯେ ଯିବ ଘର, ତାକୁ କରିବ ଜର

ଛୋଟି ବିରାଡ଼ୀ କୁଜୀ ଅସରପା ଉପରକୁ ଟାଣ

ଛେଳି ଗୋଡ଼ରେ କି ଧାନ ମଳ ହୁଏ ?

 

 

ଜୁଆରର ପାଣି

ଜୋକ ମୁହଁରେ ଲୁଣ

ଜୋର ଯାର ମୁଲକ ତାର

ଜାମାତା ଦଶମୋ ଗ୍ରହଃ

ଜୀବନ୍ନପି ମୃତୋପମଃ

ଜାତି ଗଲା ପେଟ ନ ପୂରିଲା

ଜଡ଼ାତେଲ ମେଣ୍ଢାବାଳ

ଜର ବାଉଳାରେ ତାଟିଆ କାମୁଡ଼ିବା

ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ

ଜଳରେ ବାସ କରି କୁମ୍ଭୀର ସଙ୍ଗେ ବାଦ

ଜ୍ୟେଷ୍ଠେ କଦଳୀ ଆଷାଢ଼େ କିଆ, ପୋତ ନ ପୋତ ହୋଇବ ଠିଆ

ଜନ୍ମ ମଉଣ ବରଷା, ୟା ନ ଜାଣେ ପୁରୁଷା

ଜୀବରେ ହତ୍ୟା, ମାଂସରେ କାରଣ ନାହିଁ

ଜାଣି ଘୋଡ଼ାର ଶିଙ୍ଘ ନାହିଁ, ଶିଙ୍ଘ ଥିଲେ ଘୋଡ଼ା ରଖନ୍ତା ନାହିଁ

 

 

ଝାଟିକି ମାଟି

ଝୋଟକୁ ନିଆଁ ବାଇ

ଝିଅକୁ ଦେଇ ଜ୍ୱାଇଁକି ଉପକାର

ଝିଣ୍ଟିକା ମାରି ବଣି ପୋଷିଲା ନ୍ୟାୟ

ଝଡ଼େଇ ଖାଇଲା ବରକୋଳି ଗଛ, ଡରେଇ ଖାଇଲା ପୋଖରୀକ ମାଛ

 

 

ଟଙ୍କା ଯାର, ମାମଲା ତାର

ଟଙ୍କ ନ ଥାଇ ଟଭା, ଟାଙ୍ଗର ମୁଣ୍ଡରେ ଗଭା

ଟିକର ଭୂଇଁ ଚାଷ, ଟୋକା ସାଙ୍ଗେ ପରିହାସ

 

 

ଠିକିଲେ ଶିଖି

ଠାପୁଆକୁ ମେଘ ଆଶ୍ରା

ଠା ରୁ ନ ଉଠେ ବର, ଧରାଧରି ବିଭା କର

ଠା ଜାଣି ହସି, ଠା ଜାଣି ବସି

ଠକ ବାଛୁ ବାଛୁ ଗାଁ ଉଜାଡ଼

ଠାକୁର ଘରେ କିଏ ରେ ? ମୁଁ ତ କଦଳୀ ଖାଇ ନାହିଁ

 

 

ଡାହାଣୀ କୋଡ଼ରେ ପୁଅ

ଡିମ୍ବ ତିଉଣ କି ଆଇଁଷରେ ଲେଖା ?

ଡେଙ୍ଗା ମୁଣ୍ଡରେ ଠେଙ୍ଗା

ଡାହାଣୀ ହୋଇ ଲାଗେ, ଗୁଣିଆ ହୋଇ ଝାଡ଼େ

ଡରୁ ଯେବେ କରୁ କାହିଁକି, କରୁ ଯେବେ ଡରୁ କାହିଁକି-?

 

 

ଢିଙ୍କି ସ୍ୱର୍ଗକୁ ଗଲେ ମଧ୍ୟ ଧା

ଢୋକେ ପି, ଦଣ୍ଡେ ଜୀ

ଢେଙ୍କାନାଳ ଚିନ୍ତା ଢିଙ୍କିଶାଳରେ କାହିଁକି ?

 

 

ତେଲିଆ ମୁଣ୍ଡରେ ତେଲ

ତୁଣ୍ଡବାଦ୍ୟ ସହସ୍ରେ କୋଶ

ତନ୍ତିସାଇରେ ବିଲୁଆ ମହାବଳ

ତନ୍ତିସାଇରେ କଟାସ ମହାବଳ

ତାଳପତ୍ରର ସିପାହୀ

ତୁଳସୀବଣିଆ ବାଘ

ତୋ ମନୁ ତତେ ଫଳୁ

ତତଲା ପାଣିରେ ଘର ପୋଡ଼େ ନାହିଁ

ତନ୍ତିକୁଳ ଗଲା ବୈଷ୍ଣବକୁଳ ଗଲା

ତେଲଘଡ଼ିକି ଆଶ, ପୁଅମୁଣ୍ଡକୁ ଆଶ

ତୁଣ୍ଡ ନରେନ୍ଦ୍ର ପିଠି ଅରଖିତ

ତିନି ଶେଣାରେ ପାଣି ଉଠିବା

ତୀର୍ଥକାକ ଡିହବିଲୁଆ

ତେଲ, ତମାଖୁ, ମଇଦା, ଯେତେ ରଗଡ଼ିବ ତେତେ ଫାଇଦା

ତେଜଘରର ପେଜ ପିଇ, ମାଇଗୁଲିଆର ଭାତ ନ ଖାଇ ହୁଏ

ତନ୍ତି କୁହୁଡ଼ିରେ ପହରିବା ନ୍ୟାୟ

ତୁଳସୀ ଦିପତରରୁ ବାସେ, ବିଛୁଆତି ଦିପତରରୁ କୁଣ୍ଡେଇ

 

 

ଥୋଡ଼ା ହୁକୁମତି ନବାତପଣା ସାଙ୍ଗେ ସରି

ଥୋଡିଆ ଦେଖିଲେ ମୁଣ୍ଡବୋଝିଆ ପଳାନ୍ତି

 

 

ଦାସଙ୍କ ବାଡ଼ିକଟା

ଦେଶଗୁଣେ ବେଶ

ଦୁଇ ନାଆରେ ଗୋଡ଼

ଦିନ ଯିବ କଥା ଥିବ

ଦାତାପଣରେ କର୍ଣ୍ଣ

ଦିନକ ଯାଏ କ୍ଷଣକ ଯାଏ ନାହିଁ

ଦାଣ୍ଡରେ ପୁଅ ବେଇ ଡାହାଣୀକି ଡର

ଦାରିଦ୍ରଦୋଷେ ଗୁଣରାଶିନାଶୀ

ଦାରୀକି ମାଦଳିଆ ସାକ୍ଷୀ

ଦଇବ ଦଉଡି ମଣିଷ ଗାଈ, ଯେଣିକି ଇଚ୍ଛା ତେଣିକି ନେଇ

ଦିଲ୍ଲିକାଲଡୁ ଯୋ ଖାୟା ଓବି ପସ୍ତାୟା, ଯେ ନେହିଁ ଖାୟା ଓବି ପସ୍ତାୟା

ଦିହ ଦେଖି ଧରମ କର

ଦିଅଁ ଗଢ଼ୁ ଗଢ଼ୁ ମାକଡ଼

ଦେଖଇ ଚନ୍ଦନ ପୋଛଇ କାଠ

ଦାନ୍ତୁରୀର ହସିବା କାନ୍ଦିବା ସମାନ

ଦିଏ ଥୁଏ ରଖେ ମାନ, ତେବେ ଜାଣିବ ଯଜମାନ

ଦୀପ ତେଜିଲେ ହାତ ଚିକଣ

ଦିହୁଡି ଆଗରେ ଦୀପ

ଦଧିର ଅଗ୍ର, ଘୋଳର ଶେଷ

ଦାଳୁଅଲାଗି କାନିଶିରି ପାଣି ପାଏ

ଦୀପତଳେ ଅନ୍ଧାର

ଦକ୍ଷିଣଦ୍ୱାରୀ ଘରର ରଜା, ପୂରୁବଦ୍ୱାରୀ ତାର ପରଜା

ପଶ୍ଚିମଦ୍ୱାରିର ମୁହଁରେ ନିଆଁ, ଉତ୍ତରଦ୍ୱାରିର ପାଶେ ନ ଯାଆ

ଦେଉଳକୁ ମୁକୁଶିଆଳି ବଳି

ଦେଇଥିଲେ ପାଇ

ଦାମ ସାଉର ଗୋଜା ଶାମ ସାଉର ସହି

ଦାଈ ଆଗରେ ପେଟ ଛପା

ଦିନକ ଭାତ ଯୁଗକ କଥା

ଦୁବ କି ସହେ କରତର ଘା

ଦେଖାସୁନ୍ଦର କଖାରୁବଡ଼ି

ଦୂର ବନ୍ଧୁ ସୁନ୍ଦର, ଦୂର ପର୍ବତ ସୁନ୍ଦର

ଦେ କଉଡି ଖା ପିଠା, ଏଥିପାଇଁ କିଆଁ ଦାନ୍ତନିକୁଟା

ଦେଖା ଶିଖା ଓଡ଼ିଶା

ଦେଶକେ ଫାଙ୍କ ନଈକେ ବାଙ୍କ

ଦଣ୍ଡିବା ଶକ୍ତି ଯାର ଥାଇ, ସେ ପୁଣି କ୍ଷମା ଆଚରଇ

 

 

ଧୀର ପାଣି ପଥର କାଟେ

ଧନ୍ୟା ମୃତା ଯେ ନରାଃ

ଧରମଗାଣ୍ଡିରେ ମେଖ

ଧୂଆ ମୂଳା ଅଧୂଆ ମୂଳା ସମାନ

ଧନ ଯଉବନ ଜୁଆରପାଣି

ଧୀର ଧୀର ଚାଲିକି, ସରି ନୁହେ ଘୋଡ଼ା ପାଲିଙ୍କି

ଧରି ମାଇଲେ ଯେ, ବାନ୍ଧି ମାଇଲେ ସେ

ଧର୍ମବକ

ଧାଇଁ ନ ପାରଇ ପାଇକ ଆଗେ, ଟାଣ କରୁଥାଇ ମାଇପ ଆଗେ

ଧନ ଜନ ପରିବାର, କେହି ନୁହେ ଆପଣାର

ଧନ୍ୟ ସେ ରାଜା ଧନ୍ୟ ସେ ଦେଶ, ଯଦି ବରଷେ ମାଘର ଶେଷ

ଧୋବ ଧାଉଳିଆ ଚୋରି କରନ୍ତି, ରଙ୍କୁଣା ଦେଖିଲେ ମାରି ଗୋଡ଼ାନ୍ତି

 

 

ନଈ ନ ଦେଖୁଣୁଁ ଲଙ୍ଗଳା

ନଈ ମୁହଁରେ ବାଲିବନ୍ଧ

ନ ଦେବାୟ ନ ଧର୍ମାୟ

ନଷ୍ଟା କ୍ୱଷେର୍ଭାଗବତା ଭବନ୍ତି

ନାକଫୋଡ଼ା ବଳଦ

ନାମକଟା ସିପାହୀ

ନୀଚର କଥା କଇଁଛର ମଥା

ନାହିଁମାମୁଠଉଁ କଣାମାମୁ ଭଲ

ନାକଧରି ଟାଣିଲେ ମୁହଁ ଆପେ ଆସେ

ନଈକୂଳିଆ ବନ୍ଧୁ

ନା ଉପରେ ଗାଡ଼ୀ, ଗାଡ଼ୀ ଉପରେ ନା

ନ ସ୍ଥାନଂ ତଳଧାରଣେ

ନରାଣାଂ ମାତୁଳକ୍ରମଃ

ନରାଣାଂ ନାପିତୋ ଧୂର୍ତ୍ତଃ

ନଣନ୍ଦର ମଧ୍ୟ ନଣନ୍ଦ ଅଛନ୍ତି

ନ ଦେବଃ ସୃଷ୍ଟିନାଶକଃ

ନିୟତିଃ କେନ ବାଧ୍ୟତେ

ନ ଭୁତଂ ନ ଭବିଷ୍ୟତ

ନ ବ୍ରୂୟାତ୍ ସତ୍ୟମପ୍ରିୟଂ

ନ ଦୁଃଖଂ ପଞ୍ଚଭିଃ ସହ

ନ ଚ ଦୈବାତ୍ ପରଂ ବଳଂ

ନ ହରିଃ ଶଙ୍କରୋ ବ୍ରହ୍ମା

ନାହଙ୍କାରାତ୍ ପରୋ ରିପୁଃ

ନ ନିମ୍ବଂ ମଧୁରାୟତେ

ନ ହି ବିନ୍ଧ୍ୟା ବିଜାନାତି ଗୁର୍ବୀ ପ୍ରସବବେଦନା

ନିଜର ନାକ କାଟି ପରର ଯାତ୍ରାଭଙ୍ଗ

ନିଲଜ୍ଜ ଘରେ ଥୋବରା କୁଣିଆ

ନିଶପାଣିରେ କି ଶୋଷ ଯାଏ

ନାମ ବଡ଼ା ଦର୍ଶନ ଥୋଡ଼ା

ନଷ୍ଟସ୍ୟ କାନ୍ୟା ଗତିଃ

ନଈ ଦିଏ ଥଳ ବନ୍ଧୁ ଦିଏ ବଳ

ନଈବଢ଼ିକି ଦିଅଁଙ୍କ ରାଣ

ନ ଦେଖିଲା ଓଉ ଛଫଡ଼ା

ନାଟର ଗୁରୁ ଗୋବର୍ଦ୍ଧନ

ନୂଆ ଯୋଗୀ ଭିଖେ ବାଇ

ନିତିମାଗନ୍ତାକୁ ଦିଅନ୍ତା ନାହିଁ, ନିଭି ମାଳୁକୁ ଚାହାନ୍ତା ନାହିଁ

ନିଆଁ ନ ଥାଇ ଧୂଆଁ ?

 

 

ପିଣ୍ଡଂ ଦତ୍ୱା ଧନଂ ହରେତ୍ନ

ପରଧନ ଗୁଡ଼ ମୁଆଁ

ପରପିଠା ବଡ଼ ମିଠା

ପର୍ବତର ମୂଷିକପ୍ରସବ

ପଲକେ ପ୍ରଳୟ

ପିମ୍ପୂଡ଼ିକି ମୂତ ପହଁରାଏ

ପରଘରେ ମଙ୍ଗଳବାର

ପରଧନରେ ବନ୍ଧୁ ଅରଜିବା

ପେଟେ ଭୋଖ ମୁହେଁ ଲାଜ

ପରଖିଆଙ୍କର ଚାତର ଭାରୀ

ପ୍ରବାସେ ନିୟମୋନାସ୍ତି

ପର ହାଣିଲା କୋଡ଼ି ପାଣିପରି

ପୋଷାପୁଅ ଗୁଞ୍ଜା ରୁଅ

ପ୍ରହାରେଣ ଧନଞ୍ଜୟଃ

ପୋଡ଼, ପୋତ, ପକା; ଏ ତିନିହେଁ ଏକା

ପଇସା ଥିଲେ ବାଘଦୁଧ ମିଳେ

ପାପ ପାତାଳରୁ ବାହାରେ

ପେଟ ପୂରିଲେ କ୍ଷୀରୀ ଗୋବରିଆ

ପାଗ ବାନ୍ଧୁ ବାନ୍ଧୁ କଚିରୀ ବରଖାସ୍ତ

ପୋଥିବାଇଗଣ ଭିନେ, ବାଡ଼ିବାଇଗଣ ଭିନେ

ପୋଡିଗଲା ତିଅଣରେ କି ସ୍ୱାଦ

ପଣେ ଖାଇଲେ କ୍ଷଣେ ଗାଏ

ପେଟବିକଳେ ମାଧିଆ ଯୋଗୀ

ପାଣିକି ଛେଳି

ପାଳଗୋଛାର ଅଗମୂଳ ନାହିଁ

ପାଞ୍ଚ ଆଙ୍ଗୁଠି କି ସମାନ ?

ପାପୀଦିହରେ ଛେରାରୋଗ

ପାଲିଙ୍କିଉପରେ ପାଟଛତା, ବେଡ଼ିଉପରେ କୋରଡ଼ା

ପିମ୍ପୂଡି ଦୀପରଖାରେ ଚଢ଼ି କହେ ମୁଁ ରଜା

ପକେଇଲା ଛେପ ବି ଢୋକନ୍ତି ?

 

 

ଫଳିଲାଗଛ ଫୋପଡ଼ ସିହେ

ଫଟାମୃଦଙ୍ଗକୁ ଜଡ଼ା ଗାୟକ

ଫଳେନ ପରିଚୀୟତେ

 

 

ବରଷେ ଗଲେ ପୁରୁଷେ ଯାଏ

ବହୁତ ମଣିଷରେ ମୂଷା ମରେ ନାହିଁ

ବଡ଼ ମାଛର କଣ୍ଟା ସାର

ବଢ଼ାଭାତରେ ଧୂଳି

ବୃଦ୍ଧା ବେଶ୍ୟା ତପସ୍ୱିନୀ

ବଣଗାଁରେ ବିଲୁଆ ରଜା

ବାଇ ହାତରେ ନିଆଁଖପରା

ବାନ୍ଧିଲା କଙ୍କଡ଼ା ପୁଅଙ୍କ ବଇରି

ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରାଇବା

ବୁଦ୍ଧିକି ବିଲୁଆ ଗାତକୁ ହୋକି

ବଂଶ ବୁଡ଼ିବା ବେଳକୁ ଘୋଡ଼ାମୁହାଁ ପୁଅ ଜାତି

ବିରାଡ଼ୀ ଶୁଖୁଆମାଳ ପକାଇ ବଇଷମ

ବୁଢ଼ା ଶୁଆ କଟର କଟର

ବିରାଡ଼ୀ କପାଳକୁ ଶିକା ଛିଡ଼ିଚି

ବାର ହାତ କାକୁଡ଼ୀକୁ ଢେର ହାତ ମଞ୍ଜି

ବାର ହାତ ଲୁଗାକୁ ଢେର ହାତ ଦଶି

ବସି ଖାଇଲେ ନଈବାଲି ସରେ

ବାଂଝ ମାଇପର କି ସମ୍ପତ୍ତି, ହଳଦୀକାଠୁଆ କଜଳପାତି

ବେଲ ପାଚିଲା କୁଆର କି ଗଲା

ବିବି ଯେବେ ବଡ଼ ହେବେ, ମିଆଁ ତେବେ କବର ନେବେ

ବିଭା ବେଳେ ବାଇଗଣ ରୁଆ

ବିଷବୃକ୍ଷୋଽପି ସଂବର୍ଦ୍ଧ୍ୟ ସ୍ୱୟଂ ଛେତ୍ତୁମସାମ୍ପ୍ରତଂ

ବାର ବରଷ ତପସ୍ୟା ଶୁଖୁଆ ପୋଡ଼ାରେ ଯାଏ

ବଖତ ବେଳେ ବେଙ୍ଗ ବାଟ ଛାଡ଼େ ନାହିଁ

ବାଂଝ କି ଜାଣେ ବିଆଣର କଥା

ବାଦଲ, ବ୍ରାହ୍ମଣ, ବଢ଼ି; ଦକ୍ଷିଣା ପାଇଲେ ଯାଥାନ୍ତି ଛାଡ଼ି

ବିରୀ ମାଡ଼ ଦେଖି କୋଳଥ ଚେପା

ବନସ୍ଥ କଣ୍ଟା ବେଳହୁଁ ଗୋଜା

ବାପ୍‌କା ବେଟା, ସିପାହୀକା ଘୋଡ଼ା, କୁଛ୍‌ ନ ହୋଏତ ଥୋଡ଼ା ଥୋଡ଼ା

ବୟସରେ ବିଜ୍ଞ ନୁହେ ବିଜ୍ଞ ହୁଏ ଜ୍ଞାନେ

ବାହ୍ୱାରମ୍ଭ ଲଘୁ କ୍ରିୟା

ବାଘର ପୁଣି ଗୋବଧ !

ବାଲିର ବନ୍ଧ ଶଠର ପ୍ରୀତି

ବିଦୂରଘରର ଶାଗ

ବିଦ୍ୟାରତ୍ନଂ ମହାଧନଂ

ବିଦ୍ୱାନ୍ ସର୍ବତ୍ର ପୂଜ୍ୟତେ

ବସିବାଠଉଁ କାଶିବା ଭଲ

ବାଂଝ କି ଜାଣେ ପ୍ରସବ ବେଦନା ?

ବିନାଶକାଳେ ବିପରୀତ ବୁଦ୍ଧି

ବାମନ ହୋଇ ଚନ୍ଦ୍ର ଧରିବା

ବାୟୁନାଂ ବିଚିତ୍ରା ଗତିଃ

ବିନା ମେଘରେ ବଜ୍ରାଘାତ

ବିନା ମେଘରେ ବର୍ଷଣ

ବିଷକୁମ୍ଭଂ ପୟୋମୂଖଂ

ବୀଚ ଭୋଗ୍ୟା ବସୁନ୍ଧରା

ବୁଦ୍ଧି ଯାର ବଳ ତାର

ବୁଦ୍ଧିର୍ଯସ୍ୟ ବଳଂ ତସ୍ୟ

ବୋଝ ଉପରେ ନଳିତା ବିଡ଼ା

ବିଶ୍ୱାସରେ ବିଷ ଦେବା

ବେଠି କରି ବୋଲଣା

ବୁଦ୍ଧସ୍ୟ ବଚନଂ ଗ୍ରାହ୍ୟଂ

ବିଷମ୍ୟ ବିଷମୌଷଧଂ

ବାଣିଜ୍ୟେ ବସତେ ଲକ୍ଷ୍ମୀଃ

ବସିବାଠଉଁ କାଶିବା ଭଲ

ବାଛିଲେ କମ୍ବଳଯାକ ବାଳ

ବାଉଁଶ ଫୁଲିଲେ ମରେ, ମଣିଷ ବୁଲିଲେ ମରେ

ବଇଦ ପଇଡ଼ ମଦଘଡ଼ା, କାମ ସଇଲେ ଗଡ଼ଗଡ଼ା

ବୁଦ୍ଧି ନ ଆସେ ଘରକୁ, କହି ଦଉଥାଏ ପରକୁ

 

 

ଭଡ଼ଙ୍ଗ ଦେଖିଲେ ଅଢ଼ଙ୍ଗ ଦିଅନ୍ତି

ଭାତ ଫିଙ୍ଗିଲେ ଢେର୍ କୁଆ

ଭାତ ଖାଇ ଚାଉଳ ହଗୁଚି

ଭାରିଯା ଉପ୍ରୋଧରେ ଶଳାକୁ ଦଣ୍ଡବତ

ଭାତ ନାହିଁ ଯାର, ଜାତି ନାହିଁ ତାର

ଭିନେ ହେଲା ଭାଇ ପଡ଼ିଶା ପଣକୁ ଯୋଗ୍ୟ ନୁହେ

ଭଣ୍ଡତପସ୍ୱୀ

ଭାତହାଣ୍ଡିରୁ ପୋଟାଏ ଚିପିଲେ ଜଣା ପଡ଼େ

ଭୋତ୍ୟ ବିକଳରେ ଗେଙ୍ଗୁଟି ଗିଳିବା

 

 

ମାଗିଆଣିଲା ତିଅଣ ସୋଡ଼କାଏ

ମର୍ଦ୍ଦକା ବାତ୍, ହାତୀକା ଦାନ୍ତ

ମାହାଳିଆକୁ ମହର୍ଗ

ମାଗିଆଣିଲା ତିଅଣ, ଶିଖେଇ ଦେଲା ବୁଦ୍ଧି

ମନ୍ତ୍ରର ସାଧନ କିମ୍ବା ଶରୀର ପତନ

ମୂଲିଆ ହୁଡ଼ିଲେ ଦିନେ, ଚଷା ହୁଡ଼ିଲେ ବରଷେ

ମାନିଲେ ଦିଅଁ ନ ମାନିଲେ ପଥର

ମା ଡାହାଣୀ ପୁଅ ମଦୁଆ

ମାଳୀକି ଛେଳି ଅଡ଼ୁଆ

ମହର୍ଗରୁ ଯାଇ କାନ୍ତାରରେ ପଡ଼ିବାର

ମନ ଦୃଢ଼ ଥିଲେ ହାରୀସାଇରେ ଘର

ମାମୁଘରେ ପତରଖଣ୍ଡିକ ଗଣ୍ଡାଏ

ମାଗିବାଠାରୁ ହୀନ ନାହିଁ, ଦେବାଠାରୁ ପୁଣ୍ୟ ନାହିଁ

ମଳୁ ଲେଡ଼ୁଥିଲା ଯାହ, ବଇଦ କହିଦେଲା ତାହା

ମନ୍ଦ ଗୁଣେ ଗଡ଼ିଆ ଗଙ୍ଗା

ମହରଗ ବେଳେ ଭୋଖ ବେଶି

ମଣିଷମାୟାରେ ଦେବତା ପଶି ନ ପାରନ୍ତି

ମଢ଼ ଯେଉଁଠି ଶାଗୁଣା ସେଇଠି

ମନରେ ନାହିଁ କି ମାଳିରେ ନାହିଁ, ମାଳି ଭଜି ଭଜି ପାଇବୁ କାହିଁ

ମୁଣ୍ଡ ଅରଜିଲେ ତୁଣ୍ଡ ଖାଏ

ମାଛତେଲରେ ମାଛ ଭଜା

ମୁଢ଼ୀ ମିଶ୍ରିର ସମାନ ଭାଉ

ମହାଜନୋ ଯେନ ଗତଃ ସାପନ୍ଥାଃ

ମୌନଂ ସମ୍ମତିଲକ୍ଷଣଂ

ମୁଗରେ ସ୍ତୃତୀୟଃ ପନ୍ଥାଃ

ମାଗିଖିଆଙ୍କର ଚାତର ବଡ଼

ମୁନିନାଂ ଚ ମତିଭ୍ରମଃ

ମାରେ ସିପାହୀ ନାମ ସର୍ଦାରକା

ମନ ଯେବେ ଚେଙ୍ଗା, ଗୋବରଗାଡ଼ିଆ ଗଙ୍ଗା

ମାଗିଖିଆ ଘରେ ସହସ୍ରେ ମଣ୍ଡା

ମଣିଷପ୍ରକୃତି ମଲେ ତୁଟେ, ଘୁଷୁରୀପ୍ରକୃତି ପଙ୍କ ର ଲୋଟେ

ମୁଣ୍ଡବାଳ ଲମ୍ବ, ପାଚିଲେ ଉପୁଡ଼ି ଯାଏ

ଆକ୍ଷି ବାଳ ସାନ, ସବୁ ଦିନେ ଥାଏ

ମୋଲ୍ଲାର ଦୌଡ଼ ମଶଜିଦଯାଏ

ମାଙ୍କଡ଼ ହାତରେ ଶାଳଗ୍ରାମ

ମୂଷା ଗଞ୍ଜେଇ ଖାଇଲେ ବିରାଡ଼ିକି ଚିହ୍ନେ କାହୁଁ

ମେଣ୍ଢାପୁଅ ହୋଇ ନିର୍ବାଳୁଆ

 

 

ଯମର ଅରୁଚି

ଯାର ଖାଇ ତାର ଗାଇ

ଯାଚିଲେ ମାଣିକ ଭେଣ୍ଡି

ଯସ୍ମିନ୍‌ ଦେଶେ ଯଦାଚାରଃ

ଯସ୍ମିନ୍ ଦେଶେ ଦ୍ରୁମୋ ନାସ୍ତି ଏରଣ୍ଡୋଽପିଦ୍ରୁମାୟତେ

ଯହିଁ ଧନ ତହିଁ ମନ

ଯତ୍ର ଆୟ ତତ୍ର ବ୍ୟୟ

ଯାହାକୁ ରଖ ସେ ରଖେ

ଯତ୍ର ବାତ ତତ୍ର ଶୀତ

ଯୌବନ ଜୁଆରର ଜଳ

ଯାହାର ଯାହାର ରାଜି, କିସ କରିବ କାଜି

ଯେ ବନେ ଯାଇ ସେ ଫଳ ଖାଇ

ଯେ ରକ୍ଷକ ସେ ଭକ୍ଷକ

ଯେ ଯାହାର ସେ ତାହାର

ଯେପରି କର୍ମ ସେପରି ଫଳ

ଯେପରି ଦେବ ସେପରି ବାହନ

ଯେପରି ଦାନ ସେପରି ଦକ୍ଷିଣା

ଯୋଗୀଗୀତରେ ଭଣିତା ନାହିଁ

ଯାହାର ଲୁଣ ଖାଇ ତାହାର ଗୁଣ ଗାଇ

ଯୋଗ୍ୟଂ ଯୋଗ୍ୟେନ ଯୁଜ୍ୟତେ

ଯାହା ନୁହେ ବାଳକାଳେ ତାହା ନୁହେ କାଳେ କାଳେ

ଯାହାର ଯେପରି ସ୍ୱଭାବ, ଗୁରୁବଚନେ କିସ ହେବ

ଯାକୁ ମିଳିବ ପଲଙ୍କ ସୁପାତି, ତାରଁ ଭୂମିଶଯ୍ୟାରେ କାହିଁ ମତି

ଯେତେ ଭାଇ ତେତେ ଘର, ଯେତେ କନ୍ୟା ତେତେ ବର

ଯେଝା ହାତରେ ଯେ ଚଉଦ ପା

ଯେ ମାଗିଖାଏ ସେ କି ଲାଗିଖାଏ ?

ଯେବେ ଆଣିବୁ ଅରଜି ତେବେ ଖାଇବୁ ଗରଜି

ଯେ ମାରିବ ସେ ତାରିବ

ଯେଣେ ଇଚ୍ଛା ତେଣେ ଯା, କରମ ଘେନି ବୁଲୁ ଥା

ଯୋଗୀଘରେ ଢିଙ୍କୀ

ଯେଡ଼େ ବାଉଁଶ ତେଡ଼େ ପୋଲ

ଯତୋଧର୍ମସ୍ତତୋଜୟଃ

ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ

ଯାହା ନାହିଁ ଭାରତେ ତାହା ନାହିଁ ଭାରତେ

ଯେଉଁ ଗାଣ୍ଡିବ ହାତେ, ସେହି ଗାଣ୍ଡିବ ମାଥେ

ଯେତେ କହେ ତେତେ ନୁହେ

ଯତ୍ନ କଲେ ରତ୍ନ ମିଳେ

ଯାହା ପୁଅକୁ ସାପ କାମୁଡ଼େ, ତା ମା ପାଳଦଉଡ଼ି ଦେଖିଲେ ଡରେ

ଯାହା ନ ଦେଖିବ ଦୁଇ ନୟନେ, ପରଣେ ତ୍ ଯିବ ଗୁରୁବଚନେ

ଯାହା ପାଇଁ କରି ଚୋରି ସେହି କହେ ଚୋର

 

 

ରୋପିଲା ଗଛକୁ କୁଣ୍ଢ ନ ପାଏ

ରାହୁଘଡ଼ିକ ରହୁ, ଶନି ଘଡ଼ିକ ଶନି

ରଙ୍କ ପାଇତି ଝରି ପାଣି ପିଇ ପିଇ ମରି

ରାଣ୍ଡର କିଆଁ ଆଇଁଷରେ ଚିନ୍ତା

ରାନ୍ଧୁଣୀସଙ୍ଗେ ଭାବ ଥିଲେ ଆଗେ ଖାଇଲେ ଯେ ପଛେ ଖାଇଲେ ସେ

ରଙ୍କ ତିନି ଜନମ କଥା ଜାଣେ

ରଙ୍କଘରେ ରାଜକୁଣିଆ

ରଜାପୁଅକୁ ଖଜା ଅପୂର୍ବ

ରଜାଘର ମଶା ହାତୀ ଗିଳେ

ରଖେ ରାମ ମାରେ କୋନ୍, ମାରେ ରାମ ରାଖେ କୋନ୍

ରାଜାର ପରଜା ନୁହେ କି ସାଉର ଖାତକ ନୁହେ

ରଜାର ଘୋଡ଼ା ଚଷାର ହଡ଼ା

 

 

ଲୁହାଲାଗି ଅଗ୍ନିଦେବତା ମାଡ଼ ଖାଆନ୍ତି

ଲଙ୍କାରେ ହରି ଶବଦ

ଲକ୍ଷେ ବାଟୁଳୀ ପଟେ କାଣ୍ଡ

ଲଙ୍ଗଳାଗାଁରେ ଧୋବା ହେତା

ଲାଭ ଗୁଡ଼ ପିମ୍ପୁଡ଼ି ଖାଏ

ଲୁହା ଗରବକୁ ନିଆଁ ଭାଙ୍ଗେ

ଲେଖୁ ଲେଖୁ କରଣ, ହଗୁ ହଗୁ ମରଣ

ଲୋଭରୁ ପାପ, ପାପରୁ ମୃତ୍ୟୁ

 

 

ଶକ୍ତିର ଭକ୍ତ, ନରମର ଯମ

ଶତଂ ବଦ ମାଲିଖ

ଶନୈଃ ପର୍ବତଲଙ୍ଘନଂ

ଶାପରେ ବର

ଶାଳଗ୍ରାମର ଶୋଇବା ବସିବା ସମାନ

ଶତମାରୀ ଭବେଦ୍‌ବୈଦ୍ୟଃ ସହସ୍ରମାରୀ ଚିକିତ୍ସକଃ

ଶରୀରମାଦ୍ୟଂ ଖଳୁ ଧର୍ମ୍ମସାଧନଂ

ଶାଗଚୋରକୁ ମୁଣ୍ଡକାଟ ଶାସ୍ତି

ଶିର ଚିହ୍ନି ପିଟିଲେ ନଡ଼ିଆ ଭାଙ୍ଗେ

ଶରୀରଂ ବ୍ୟାଧ୍ୟମନ୍ଦିରଂ

ଶଫରୀ ଫର୍‌ଫରାୟତେ

ଶିରୋନାସ୍ତି ଶିରୋବ୍ୟଥା

ଶିଏ ଭାଖା ଏକ ଲେଖା

ଶୋଇଲାପୁଅର ଭାଗ ନାହିଁ

ଶୀତକାଳରେ ହେଁସ ଉଧାର

ଶାଶୁ ମଲା ବୋହୁ ବେଇଲା, ଯେଉଁ ତିନି ପ୍ରାଣୀକି ସେହି ତିନି ପ୍ରାଣୀ

ଶିକାରବେଳେ କୁକୁରକୁ ହଗ ମାଡ଼ୁଚି

ଶିଳ ଶିଳପୁଆ ଗଗନେ ଉଡ଼ୁଚି, ଶିମିଳିତୁଳା ବୋଲୁତ ମନେ ରଖ

ଶିବେଇସାନ୍ତରା ଦେଉଳତୋଳା ନ୍ୟାୟ

ଶୁଖିଲାରେ ଫାଳ ଘା

ଶହେ ମହଣ ଘିଅ ହେବ, ରାଧା ନାଚିବେ

ଶାଳୀ ପରିହାସ ଭଲ, କହିଲେ ଯେବେ ସହେ

 

 

ଷଡ଼କାନ ମନ୍ତ୍ରଭେଦ

ଷାଠିଏକାହାଣ ତଣ୍ଡକୁ ଅଛି, ହରିଭକ୍ତିକୁ କଡ଼ାଏ ନାହିଁ

 

 

ସେ କାଳ ପଖାଳ ଏକାଳକୁ ନାହିଁ

ସର୍ବମତ୍ୟନ୍ତ ଗର୍ହିତଂ

ସମୁଦ୍ରକୁ ଶଙ୍ଖେ ପାଣି

ସିନ୍ଧୁ ଆଗରେ ବିନ୍ଦୁ

ସମ୍ବିନ୍ଧୋ ଜୀବନାବିଧିଃ

ସାକ୍ଷୀଗୋପାଳ

ସର୍ବଦେବମୟୋଽତିଥିଃ

ସାତ ନକଲରେ ଅସଲ ଖାସ୍ତ

ସିଦ୍ଧମିତି ଦୃଢ଼ବ୍ରତଃ

ସୁନାପୁଅକୁ କି ରୂପା ଅପୂର୍ବ

ସାଧିଲେ ସିଦ୍ଧି, ଅର୍ଜିଲେ ନିଧି

ସୂତାଅଡ଼ୁଆ ତନ୍ତି କାଢ଼େ

ସାବଧାନର ବିପଦ ନାହିଁ

ସୁଖ ଅପେକ୍ଷା ଶାନ୍ତି ଭଲ

ସାଉଁଟିଲା କାଣ୍ଡ କି ଯୁଦ୍ଧକୁ ପାଏ ?

ସାପ ନ ମରିବ ବାଡ଼ୀ ନ ଭାଙ୍ଗିବ

ସୁନାମୁଦିଆ ହାତରେ ଟାକର ଖାଇଲେ ଗଙ୍ଗାହୀନଫଳ

ସାପ ହୋଇ କାମୁଡ଼େ ଗୁଣିଆ ହୋଇ ଝାଡ଼େ

ସାତକାଣ୍ଡ ରାମାୟଣ ପଢ଼ି ସୀତା ମାଈ କି ଅଣ୍ଡିରା

ସର୍ବତ୍ରାଭ୍ୟାଗତୋ ଗୁରୁ

ସାଧୁ ଯାହାର ଇଚ୍ଛା ଈଶ୍ୱର ତାହାର ସହାୟ

ସେ ରାମ ନାହିଁ କି ସେ ଅଯୋଧ୍ୟା ନାହିଁ

ସଳଖ ଆଙ୍ଗୁଠିରେ ଘିଅ ବାହାରେ ନାହିଁ

ସ୍ୱଭାବୋ ମୂର୍ଦ୍ଧି ବର୍ତ୍ତତେ

ସତ ଶୁକ୍ଲ, ମିଛ କଳା

ସବୁ ଯାଉ ମିଛ କଳା

ସବୁ ଯାଉ ମହତ ଥାଉ

ସବ୍‌ କହେ ମରମ ନେଇ କହେ

ସହସ୍ରେ ହାଣ୍ଡିକି ଏକ ଠେଙ୍ଗା

ସମସ୍ତେ ଦେଖନ୍ତି ଉପର ଛାପ, କେହି ନ ଦେଖନ୍ତି ଭିତର ପାପ

ସାତ କଥାରେ ସତୀ ଭୁଲେ

 

 

ହାତୀ ଚଢ଼ି ଭିକ୍ଷା

ହାଟମଝିରେ ହାଣ୍ଡିଭଙ୍ଗା

ହାତ ଅଳସେ ନିଶ ବଙ୍କା

ହାତଦେଇ ହାତୀ ଠେଲିବା ନ୍ୟାୟ

ହାତେ ପାଞ୍ଜି ମଙ୍ଗଳବାର

ହାତେ ଶଙ୍ଖା ଦର୍ପଣ ଦେଖା

ହାତେ ମାପି ଚାଖଣ୍ଡେ ଚାଲିବା

ହାତୀ ମରି ପଡ଼ିଥିଲେ ପୁରୁଷେ

ହାତୀ କାଦୁଅରେ ପଡ଼ିଲେ ବେଙ୍ଗ ଗୋଇଠା ମାରେ

ହାତରେ ନ ମାରି ଭାତରେ ମାରିବା

ହାଟୁଆ ହୁଡିଲେ ହାଟପାଳିଏ, ଚଷା ହୁଡ଼ିଲେ ବରଷେ

ହଜିଲାବଳଦ ଖୋଜିଲାଠେଇଁ

ହବାଚନ୍ଦ୍ର ରଜାଙ୍କର ଗବାଚନ୍ଦ୍ର ମନ୍ତ୍ରୀ

ହାକିମ ଫେରେ ତ ହୁକୁମ ଫେରେ ନାହିଁ

ହାତୀ କହେ ମୋର ଦୁଇ ଦାନ୍ତ, ଘୁସୁରି କହେ ମୋର ଦୁଇ ଦାନ୍ତ

ହଗିବସି ନାଁ ପକେଇବା

ହଡ଼ା ମଲେ ଗୁହାଳ ତୁଛା

ହଡ଼ାବେଦନା କୁଆ ନ ଜାଣେ, ଠକ ଠକ କରି ଠେଙ୍ଗିରେ ହାଣେ

ହାତରେ ଗୁଡ଼ ତଣ୍ଟିରେ ଖୁର

ହାଟ ମଧ୍ୟରେ ବ୍ରହ୍ମଜ୍ଞାନ

ହାଡ଼ି ଖାଇବ କଉଡ଼ି, ଢୋଲ ଖାଇବ ମାଡ଼

ହାତ ପଶୁ ପଶୁ ବାହା ପଶେ

ହେଙ୍ଗୁ କରାଗରେ ପଶିବ, ନା ମହ ମହ ବାସିବ

ହାତରୁ ଖାଇ ଘୋଡ଼ା ଆଗରେ ନାଚିବା

ହାତୀ ଚଲେ ବଜାର, କୁତ୍ତା ଭୁକେ ହଜାର

 

କ୍ଷ

 

କ୍ଷଣକେ ଶଙ୍ଖ ମହୁରି, କ୍ଷଣକେ ପାଳଦଉଡ଼ି

 

ସମାପ୍ତ